ହାଇୱା-ଇନୋଭା ଧକ୍କା: ଡ଼୍ରାଇଭର ମୃତ, ବିଜେଡ଼ି ନେତାଙ୍କ ପତ୍ନୀ-ଝିଅ ଗୁରୁତର

କେନ୍ଦୁଝର ଜିଲାର ନାରଦପୁର ନିକଟରେ ଏକ ଇନୋଭାକୁ ଏକ ହାଇୱା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଇନୋଭା ଡ଼୍ରାଇଭର ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଯଣାରେ ବିଜେଡ଼ି ନେତା କୁଶ ଆପଟଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । କାରରେ ଥିବା ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତମାନଙ୍କୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ବେଳେ କୁଶଙ୍କ ପରିବାର ଏକ ଇନୋଭାରେ ଯୋଡ଼ାରୁ କେନ୍ଦୁଝର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡ଼ିଟିକୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଇନୋଭାର ଡ଼୍ରାଇଭର ପେନୁ ମହାକୁଡ଼ ମୃତ୍ୟୁବରଣ କରିଥିଲେ । ଅନ୍ୟମାନଙ୍କୁ ଗାଡ଼ିରୁ ବାହାର କରାଯାଇ ଯୋଡ଼ାର ଟାଟା ଷ୍ଟିଲ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ଏକ ହେଲିକପ୍ଟର ଜରିଆରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।

Comments are closed.