କୁଚିଣ୍ଡାରେ ବିଜେଡିର କର୍ମୀ ବୈଠକ

କୁଚିଣ୍ଡା : କୁଚିଣ୍ଡା  ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ବିଜେଡିର ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ଦକ୍ଷ ଓ ଲୋକାଭିମୁଖି ଶାସନ ସଂକ୍ରାନ୍ତରେ ଆଲୋଚନା କରି ଏହି ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ରହିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ। ଏଥିରେ କୁଚିଣ୍ଡା ବ୍ଲକ ଦଳୀୟ ସଭାପତି ଅମୂଲ୍ୟ ମିଶ୍ର, ଟାଉନ ସଭାପତି ସଂଜୟ ବେହେରା, ଜମନକିରା ବ୍ଲକ ସଭାପତି ସ୍ନିଗ୍ଧା ପଟେଲ, ବ୍ଲକ ଅଧ୍ୟକ୍ଷ ଅରୁଣ ନାଏକ, ବାମରା ବ୍ଲକ ଅଧ୍ୟକ୍ଷ ସଦାନନ କୁଜୁର, ଜିଲାପରିଷଦ ସଭ୍ୟା କୁମଦିନି ନାଏକ, ଭୂବନେଶ୍ୱର କିସାନ, ଚୁଡାମଣୀ ପଟେଲ, ଛାତ୍ର ବିଜେଡିର ପ୍ରିତିଶ ପଟେଲ, ଅଭିଳାଷ ଅଗ୍ରୱାଲା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମିଶ୍ର ସମେତ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments are closed.