MEllora 950×100

ଲୋକଙ୍କ ପାଖକୁ ଯିବ ବିଜେଡି: ସେପ୍ଟେମ୍ବର ୨୯ରୁ ପ୍ରତିନିଧି ସମ୍ମିଳନୀ, ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା

ଡେସ୍କ: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ଯାଏଁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଚଳିତ ମାସ ୨୯ ଓ ୩୦ ତାରିଖରେ ପ୍ରତିନିଧି ସମ୍ମିଳନୀ ଆୟୋଜିତ ହେବ। ୨୯ ତାରିଖରେ ଯୁବ, ଛାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଂଗଠନର ପ୍ରତିନିଧିଙ୍କୁ ନେଇ ବୈଠକ ଓ ୩୦ରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଳ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ବୈଠକ ହେବ।

Comments are closed.