ନବ ନିର୍ବାଚିତ ଯୁବ ନେତାମାନଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲିଠାରେ ଆଜି ନବ ନିର୍ବାଚିତ ବିଜେଡ଼ି ଦଳର ଯୁବ ନେତାମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲା ପରିଷଦ ଅଧ୍ୟକ୍ଷା ଅକାଂକ୍ଷା ପ୍ରଧାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିକାବାଲି ବ୍ଳକ ବିଜେଡ଼ି ସଭାପତି ରଦନ ମଲିକ, ଉପସଭାପତି ସଂଜୀବ ପ୍ରସାଦ ନାୟକ, ସାଂସଦ ପ୍ରତିନିଧି ସୁଜନ ନାୟକ, ଜିଲା ପରିଷଦ ସଭ୍ୟ ପ୍ରଦୀପ ଦିଗାଲ ପ୍ରମୁଖ ଏଥିରେ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଟିକାବାଲି ବ୍ଳକ ପାଇଁ ନୂତନ ଭାବେ ମନୋନିତ ହୋଇଥିବା ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ଏନ୍‍.ନାୟକ, ଉପସଭାପତି ସତ୍ୟବାନ କହଁର ଓ ଜିଲା ଯୁବ ସଂପାଦକ ତନୁଜ ଭୋଇ, ବ୍ଳକ ବିଜୁ ଛାତ୍ର ସଭାପତି ପ୍ରମିସ୍‍ ଦିଗାଲ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଷ୍ଣୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.