ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ କାର୍ଯ୍ୟକର୍ତା ବିଜେପିରେ ସାମିଲ

ଭୁବନେଶ୍ୱର:  ଆଜି ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି  ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଘୁମୁସୁର
ଗଂଜାମ) ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲାର ବରିଷ୍ଠ ନେତା ରମାକାନ୍ତ ଭୋଇ ଏବଂ ରାଜକିଶୋର ବେହେରା ପ୍ରମୁଖ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଆଜି ଏହି ମିଶ୍ରଣ ପର୍ବରେ ହାଜିପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ସାହୁ, ପୂର୍ବତନ ଗୋବିନ୍ଦପୁର ସରପଂଚ ଶାରଦା ପ୍ରସାଦ କାଣ୍ଡି, କନକପୁରର ସୁନିଲ ମହାରଣା, ତେନ୍ତୁଳିପଦା ପୂର୍ବତନ ସରପଂଚ, ପୂର୍ବତନ ସରପଂଚ ଅକ୍ଷୟ ମହାନ୍ତି, ବସନ୍ତରା ପୂର୍ବତନ ସରପଞ୍ଚ ନିଶିକାନ୍ତ ମଲ୍ଲିକ, ତରଜଙ୍ଗାର ବୈଷ୍ନବ ଜଥା, ଶିବପୁରର ଅଲୋକ କୁମାର ଭୋଇ, ଅଢଙ୍ଗା ଗ୍ରାମର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶିବପୁରର ପୂର୍ବତନ ସମିତି ସଭ୍ୟ ସତ୍ୟରଞ୍ଜନ ସେଠୀ, ବିରିଡିର ଅଲେଖ ମାଝୀ, ଦିପ୍ତୀରଞ୍ଜନ ଭୋଇ, ଅଖତର ରଜାକ୍‍, ଖଗେଶ୍ୱର ଭୋଇ, ସୁଶାନ୍ତ
ରାଉତ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ଯୋଗଦାନ କରିଛନ୍ତି।

ସେହିପରି ରଘୁନାଥପୁର ବ୍ଲକ ତରିକୁନ୍ଦ ଗ୍ରାମ ପଂଚାୟତର ବୈରାଗୀ ଚନ୍ଦ୍ର ବେହେରା, ତରିକୁନ୍ଦର ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ସାହାଣୀ, ମହେଶ୍ୱର ସ୍ୱାଇଁ, ଡା.କେଳୁ ଦାଶ, ସୁବୋଧ କୁମାର ବାରିକ, ନିରଞ୍ଜନ ବେହେରା, ନାଏବ ସରପଂଚ ନରହରି ସାହୁ, ସୟଦ ଅକବର ଅଲ୍ଲୀ, ସୟଦ ଅସପକ୍‍ ଅଲ୍ଲୀ, ସୟଦ ଲାଲା; ଜୟସୋଲ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନରେନ୍ଦ୍ରନାଥ ନାଏକ, ସୁବାଷ ଚନ୍ଦ୍ର ସାହୁ, ଧନେଶ୍ୱର ନାଏକ, ରମେଶ ଚନ୍ଦ୍ର ବେହେରା, ଆଶିଷ କୁମାର ବେହେରା, ମାନସ କୁମାର ସାମନ୍ତରାୟ, ବିଶ୍ୱଜିତ ନାଏକ; ବରଗୋଲ ପଂଚାୟତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ନବକିଶୋର ମଲ୍ଲିକ,
ଜଗବନ୍ଧୁ ସ୍ୱାଇଁ, ପ୍ରଦୀପ୍ତ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ମହାନ୍ତି, ସୁବାଷ ଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ଦଳେଇ, ପ୍ରଫୁଲ୍ଲ କୁମାର ଜେନା, ସଂଜୟ କୁମାର ନାଏକ, ଅରୁଣ କୁମାର ସ୍ୱାଇଁ, ଦେବେନ୍ଦ୍ର ମାନିକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

Comments are closed.