ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

କଂଟାବାଞ୍ଜି : ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ କଂଟାବାଞ୍ଜି ସରକାରୀ  ଡାକ୍ତରଖାନା ପରିସରରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ପରିସରରେ ମୋ ପରିବାର ଜୀବନବୁନ୍ଦୁ କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ହାଜି ମହମ୍ମଦ ଆୟୁବ ଖାଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ବିଜେଡିର କାର୍ଯ୍ୟକର୍ତାମାନେ ୫୫ ୟୁନିଟ୍ ରକ୍ତଦାନ କରିଥିଲେ। ସମସ୍ତ ରକ୍ତ ଦାତାଙ୍କୁ ପୂର୍ବତନ ବିଧାୟକ ଖାଁଙ୍କ ଦ୍ୱାରା ପ୍ରମାଣ ପତ୍ର ଦିଆଯାଇଥିଲା। ଡାକ୍ତରଖାନା ପରିସରରେ ବିଜୁ ଜୟନ୍ତୀ ଉପଲକ୍ଷେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଜେଡି ଜିଲ୍ଲା ସଂପାଦକ ଫିରେଜ ଖାଁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ମଧ୍ୟାହ୍ନରେ ସ୍ଥାନୀୟ ମାନସଭବନ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ  ପ୍ରତିଷ୍ଠା ଦିବସ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ହାଜମହମ୍ମଦ ଆୟୁବ ଖାଁଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ସାଧାରଣ ସଂପାଦକ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦିପପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରେଷ୍ଠ ଓଡିଶାର ଗଠନ ଏବଂ ବିଜେଡି ସରକାର ବିକାଶ ଉପରେ ଉପସ୍ଥିତ କର୍ମୀଙ୍କୁ ପୂର୍ବତନ ବିଧାୟକ ମତବ୍ୟକ୍ତ କରିଥିଲେ। ସଭାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ଦାସ ଆଗାମୀ ଦିନରେ ସମସ୍ତ ଦଳୀୟ କାର୍ଯ୍ୟକର୍ତା ଏକାଠି ହୋଇ ଆମ ଅଂଚଳର ବିକାଶ ପାଇଁ କାମ କରିବା ଆହ୍ୱାନ ଦେବା ସହ, କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଯେଉଁ ଦୃତଗତି ବିକାଶ ହୋଇଛି , ତାହା  ପୂର୍ବତନ ବିଧାୟକ ଆୟୁବ ଖାଁ ଙ୍କ ସମୟରେ ହୋଇଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ସଭାରେ ଜିଲ୍ଲା ଉପସଭାପତି ଉମାସାହୁ ମଂଚ ପରିଚାଳନା କରିଥିବାବେଳେ ,ଅନ୍ୟମାନଙ୍କ ମଧ୍ୟରେ ମଂଚାସିନ ଅତିଥି ଭାବରେ ଜିଲ୍ଲା ସାଧାରଣସଂପାଦକ ଫିରୋଜ ଖାଁ, ରାଜେନ୍ଦ୍ର ବେହେରା ମୁରିବାହାଲ ପଂଚାୟତ ସମିତି ଅଧକ୍ଷ୍ୟ ହଂସରାଜ ଜୈନ,ଉପାଧ୍ୟକ୍ଷ ସୁନ୍ଦର ମତୀ ବାଗ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୋପା ମହାନନ୍ଦ, ବରିଷ୍ଠ ଆଇନ ଜୀବି କାନନ୍ କିଶୋର ପଣ୍ଡା ଜିଲ୍ଲା ସଂପାଦକ ବିନୟ ବିଭାର ଶରତ ସଂ ଭୋଇ ଜିଲ୍ଲ ଯୁବ ସଂପାଦକ ଶାନ୍ତନୁ ବିଭାର ,ଦେବରାଜ ଯାଦବ ,ସୁଦାମ ଟାହାଣି, ଜିଲ୍ଲ ଉପସଭାପତି ବୁଲୁ ସିଂଦେଓ,  ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଉଦ୍ଧବ ବେହେରା, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁସ ,ମୁରିବାହାଲ ବ୍ଲକ ସଭାପତି ସିଦେ୍ଧଶ୍ୱର ଦାସ, ଜିଲ୍ଲ କାର୍ଯ୍ୟ କାରିଣୀ ସଦସ୍ୟ ପ୍ୟାରେଲାଲ ଜାଙ୍ଗଡା,ଅମୂଲ୍ୟ ନାଗ, ମୁନ୍ନା ମହାନ୍ତି , ପୂର୍ବତନ ଉପନଗର ପାଳ କିଶୋର ମଜଖଣ୍ଡ, ତଥା ବରଷ୍ଠ କାର୍ଯ୍ୟକର୍ତା ମିନକେତନ ପାତ୍ର,ଅରୁଣ ଆର୍ଯ୍ୟା, ଦେବାର ବାରିକ, ସତ୍ୟ ରାୟ,ଅରୁଣ ବାଗ, ଏସ୍ ଜଗନ୍ନାଥ ରାଓ,ପ୍ରମୁଖ ମଂଚାସୀନ ଥିଲେ। ଏହି ସଭାରେ ଶତାଧିକ ମହିଳାଙ୍କ ସହ ୩ଟି ବ୍ଲକର ଶତାଧିକ କର୍ମୀ ଉପସ୍ଥିତ ଥିବା ବେଳେ  ସଭା ଶେଷରେ କିଶୋର ମଜଖଣ୍ଡ ଧନ୍ୟବାଦ ଜଣାଇଥିଲେ। ସଭାରେ ମଂଚାସୀନ ନାରୀ ନେତ୍ରୀଙ୍କୁ ଅଭିଭାଷଣର ସୁଯୋଗ ନମିଳିବାରୁ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

 

Comments are closed.