ବୁଥ ରିଗିଂ ଅଭିଯୋଗ କଲେ ବରୀ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ

ଯାଜପୁର: ଯାଜପୁର ଜିଲା ବରୀ ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବୁଥ ରିଗିଂ ହୋଇଥିବା ଅଭିଯୋଗ କରିଛନ୍ତି। ବରୀ ନିର୍ବାଚନ ମଣ୍ଡଳୀର ୧୨ଟି ବୁଥରେ ସୋମବାର ହୋଇଥିବା ମତଦାନରେ ଏଭଳି ଅନିୟମିତତା ହୋଇଥିବା ସେ କହିଛନ୍ତି। ବିଜେଡି ବ୍ଲକ ସଭାପତି ସେଖ ସପିଂକ ଉଦ୍ଧିନ ଓ ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ମିଳିତ ଭାବେ ବୁଥ ରିଗିଂରେ ସାମିଲ ଥିବା ସେ କହିଛନ୍ତି। ରିଗିଂ ସମୟରେ ପୋଲିସକୁ ଖବର ଦିଆଯାଇଥିଲେ ହେଁ କୌଣସି ସହାୟତା ମିିଳିନଥିଲା। ପଂଳରେ ବରୀ, ଉଦୟନାଥପୁର ଓ ଅଲିପୁର ପଂଚାୟତରେ ଜୋରଜବରଦସ୍ତ ଭାବେ ମତଦାନ ହୋଇଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ ଲୋକଙ୍କୁ ଭୟଭିତ କରିବା ସହିତ ଆକ୍ରମଣ ହୋଇଥିବା ସୁନନ୍ଦା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେଥିପାଇଁ ରିଗିଂ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ସମସ୍ତ ୧୨ଟି ବୁଥରେ ସାନି ମତଦାନ କରିବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ଦାବୀ କରିଛନ୍ତି।

Comments are closed.