ବାଲେଶ୍ୱର ସଦର ଓ ତିର୍ତେଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି-ବିଜେପି ଷ୍ଟାର ପ୍ରଚାରକ

ଭୁବନେଶ୍ବର : ବାଲେଶ୍ୱର ସଦର ଓ ତିର୍ତେଲ ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି।
ବିଜେଡ଼ିର ଷ୍ଟାର ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସାଂସଦ ରାଜଶ୍ରୀ ମଲ୍ଲିକ , ସଞ୍ଜୟ ଦାସ ବର୍ମା ରହିଛନ୍ତି ସେହିପରି ଏହି ତାଲିକାରେ ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ନାମ ରହିଛି। ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି। ଏଥର ବିଜେଡ଼ି ପକ୍ଷରୁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି।

ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗୀ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ଅପରାଜିତା ଷଢ଼ଙ୍ଗୀ, ବସନ୍ତ କୁମାର ପଣ୍ଡା,
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଅରୁଣ ସିଂହ, ସୌଦାନ ସିଂ, କେ.ଭି. ସିଂଦେଓ, ମନମୋହନ ସାମଲ, ପୃଥୀରାଜ ହରିଚନ୍ଦନ, ବିଜୟ ମହାପାତ୍ର, ଭ୍ୃଗୁ ବକ୍ସିପାତ୍ର, ଖାରବେଳ ସ୍ବାଇଁ, ସମ୍ବିତ୍ ପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖଙ୍କ ନାମ ଏହି ତାଲିକାରେ ରହିଛି। ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାର ତାଲିକାରେ ୩୦ ଜଣଙ୍କୁ ସାମିଲ କରାଯାଇଛି।

Comments are closed.