ନୈତିକତା ଝଡ: ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନବାଣ – ଭାଇ, ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହା ଉପରେ?

କେନ୍ଦ୍ର ସରକାର ଆଜି ୩ କୃଷି ଆଇନ ପ୍ରତ୍ୟାହାର ବିଷୟ ଘୋଷଣା କରିବା ପରେ ଏହାକୁ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ ଓ ଓଡିଶା ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ବିଧାୟକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୈତିକତା ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ମମତା ମେହେର ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ନୈତିକତା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ।
ତେବେ ବିଜେଡି ବିଧାୟକ ପ୍ରଣବ ଟ୍ୱିଟ କରିଛନ୍ତି,’[email protected] ଭାଇ, ଧନ୍ୟବାଦ। ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହା ଉପରେ?’
.@dpradhanbjp ଭାଇ, ଧନ୍ୟବାଦ | ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହାଉପରେ?#FarmLawsRepealed
— Pranab Prakash Das (@pranabpdas) November 19, 2021
ଦ୍ଵିତୀୟ ଟ୍ୱିଟ,’[email protected] ଭାଇ,ମାନ୍ୟବର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା। ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା।’
.@dpradhanbjp ଭାଇ,ମାନ୍ୟବର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି | ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା |ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା
— Pranab Prakash Das (@pranabpdas) November 19, 2021
ତୃତୀୟ ଟ୍ୱିଟ,’[email protected] ଭାଇ,ଟ୍ରେନ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି। ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି?
.@dpradhanbjp ଭାଇ,ଟ୍ରେନ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ | ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି I ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ? #FarmLawsRepealed
— Pranab Prakash Das (@pranabpdas) November 19, 2021
ଚତୁର୍ଥ ଟ୍ୱିଟ,’ଯଦି ଦମ ଅଛି ଆପଣ ଓ ଆପଣଙ୍କ ଦଳ ଆସି ପୋଲିସ କିମ୍ବା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ। ଇସ୍ତଫା ଛାଡ଼ନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ।
ପଞ୍ଚମ ଟ୍ୱିଟ,’[email protected] ଭାଇ, ଅଶେଷ ଧନ୍ୟବାଦ। ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେ ବଡ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି।
.@dpradhanbjp ଭାଇ,ଅଶେଷ ଧନ୍ୟବାଦ |
ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି | #FarmLawsRepealed— Pranab Prakash Das (@pranabpdas) November 19, 2021
Comments are closed.