ବାରବାଠାରେ ବିଜେଡ଼ିର ଜନସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକର ବଡ଼ବାରବାଠାରେ ଆଜି ବିଜେଡ଼ି ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ଏକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ଉକ୍ତ ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ କରୋନା ସତର୍କତା ନେଇ ସଚେତନନତା କରିବା ସହିତ ବଡ଼ବାରବାଠାରେ ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ କର୍ମୀମାନେ ବିଧାୟକଙ୍କୁ ସ୍ଥାନୀୟ କନ୍ଦୁଣୀଦେବୀ ମନ୍ଦିର ନିକଟରେ ସ୍ୱାଗତ କରିବା ସହିତ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଅବଗତ କରାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପ୍ରାତ, ବଡ଼ବାରବା ସରପଞ୍ଚ ବନିତା ନାୟକ ଓ ଇନ୍ଦ୍ରଗଡ଼ ସରପଞ୍ଚ ଦୁନିଆ ମଲିକ, ସମିତି ସଭ୍ୟ ବାସନ୍ତି ଦଳବେହେରା ଓ ଅନ୍ୟମାନେ ଉପସ୍ଥିତ ରହି କରୋନା ସଚେତନତା ଓ ମାସ୍କ ବ୍ୟବହାର ଉପରେ ଅନେକ ବାର୍ତ୍ତା ପ୍ରଦାନ କରିଥିଲେ।

Comments are closed.