ବିଜେଡ଼ିର ଜନସଚେତନତା ଅଭିଯାନ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆଠାରେ ବ୍ଳକ ବିଜେଡ଼ି ପକ୍ଷରୁ କରୋନା ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନା କରାଇବା ପାଇଁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଜାର ମଧ୍ୟରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।। ଏଥିରେ ଫୁଲବାଣୀ ବ୍ଳକ ଅଧ୍ୟକ୍ଷ ମଞ୍ଜୁଦେବୀ କହଁର, ବିଜେଡ଼ି ଯୁବସଭାପତି ବିଷ୍ଣୁ ମଲିକ, ଜିଲା ବିଜେଡ଼ି ଛାତ୍ର ସଭାପତି ସୁନିଲ୍‍ ସେଠୀ, ପୂର୍ବତନ ଜିଲା ପରିଷଦ ସଭ୍ୟା ନମିତା ମଲିକ, ବ୍ଳକ ଉପାଧ୍ୟକ୍ଷ ମାନଓ ରଞ୍ଜନ ବିଶ୍ୱାଳ, ଯୁବନେତା ସଂଜିତ୍‍ ମଲିକ, ବ୍ଳକ ମହିଳା ସଭାନେତ୍ରୀ ରମାନେଦୀ ବିଶୋୟୀ ଏବଂ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଭଜମନ କହଁର ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ। ବ୍ଳକ ବିଜେଡ଼ି ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଜେଡ଼ି ନେତା ଓ କର୍ମୀମାନେ ଏଥିରେ ସାମିଲ୍‍ ହୋଇ ସଚେତନତା କରିବା ସହିତ ମାସ୍କ ବାଣ୍ଟିଥିଲେ।

Comments are closed.