ରାଇକିଆରେ ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲା  ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାଇକିଆ ଠାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଆକାଂକ୍ଷା ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ କେକ୍ କଟାସହିତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଯେଭଳି ଭାବେ ଦୃଢ ସ୍ଥିତି ବଜାୟ ରଖିବ ଓ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିପାରିବ ସେନେଇ କାର୍ଯ୍ୟକରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଜିଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସଭାପତି ଜୟାନନ୍ଦ ନାୟକ , ପୂର୍ବତନ ଜିଲା ଯୁବ ବିଜେଡ଼ି ସଭାପତି ପ୍ରଦୀପ ପ୍ରଧାନ ,ପୂର୍ବତନ ସ୍ୱତନ୍ତ୍ର ବିିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ ,ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ , ସାଂସଦ ପ୍ରତିନିଧି  ସୁଧାଂଶୁ ପାଣିଗ୍ରାହୀ ,ବ୍ଳକ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲଙ୍କ ସମେତ ଜି.ଉଦୟଗିରି , ଟିକାବାଲି ଓ ଦାରିଙ୍ଗବାଡ଼ି ବ୍ଳକର ବହୁ ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇଥିଲେ।

Comments are closed.