ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ସାହାରପଡା କଲେଜ ପରିସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାତାଙ୍କ ଠାରୁ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବ୍ଲଡ ବ୍ୟାଙ୍କ କେନ୍ଦୁଝର ଶାଖାରୁ ଆୟୁଷ ଡାକ୍ତର ନିର୍ମଳ କୁମାର ମହାନ୍ତ, ଜନ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଏଲ.ଟି ମୋନାଲିସା ପୁହାଣ ଓ ହେମରଞ୍ଜନ୍ ମହାନ୍ତ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦାର, ଯୁବ ବିଜୁ ଜନତାଦଳ ସଭାପତି ସୈାମ୍ୟଶଙ୍କର୍ ଚକ୍ର , ବିଜେଡ଼ି ନେତ୍ରୀ ତଥା ପୂର୍ବତନ କେନ୍ଦୁଝର ନଗରପାଳ ମୀନା ମାଝୀ, ବିଜୁ କିସାନ ମୋର୍ଚ୍ଚା ଜିଲ୍ଲା ସଭାପତି ଦୀପକ୍ କୁମାର ରାଜ୍ , ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ କରୁଣା ସାଗର ଖଟୁଆ ,ସାହାରପଡା ବ୍ଲକ୍ ଉପାଧକ୍ଷା କିରଣବାଳା ସିଂହ  ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଦଳୀୟ କର୍ମୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ,ସୌମ୍ୟରଞ୍ଜନ ରାଉତ , ହିମାଂଶୁ ବେହେରା ଓ ଦିପୁ ଖଟୁଆ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ। ପାଟଣା ଥାନାଧିକାରୀଣୀ ସନ୍ଧ୍ୟା ରାଣୀ ଜେନା ଏହି ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ପକ୍ଷରୁ ସାମାଜିକ ଦୂରତା ନିୟମ ରକ୍ଷା କରାଯାଇ ଏପରି ଶିବିର କରାଯାଉଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.