ବିଜେଡିର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ

ସମ୍ବଲପୁର :  ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଜନତା ଦଳର ସମ୍ବଲପୁର ମହାନଗର ନିଗମ ଶାଖା ତରଫରୁ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭପତି ନିଶାନ୍ତ ବହିଦାରଙ୍କ ନେତୃତ୍ୱରେ ସ୍ଥାନୀୟ ମନ୍ଦଲିଆ ସ୍ଥିତ ସମଲେଶ୍ୱରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣିଷ ଜୀବନ ପାଇଁ ଗଛର ଆବଶ୍ୟକତା ଉପରେ ଜନତାଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂବର୍ତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ଯୁବ ବିଜେଡି ଜିଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏହି ଅବସରରେ ସବୁଜ ବନାନୀ ସୃଷ୍ଟି ଲକ୍ଷ୍ୟରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ୧୦୦ଟି ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସମ୍ପାଦକ ସତିଶ ବିଶି, ହୀରାଲାଲ ବେହେରା, ମନୋଜ ମହାପାତ୍ର, ଦେବାଶିଷ ପରିଡା, ଦେବାଶିଷ ନନ୍ଦ, ରମାକାନ୍ତ ସାହୁ, ଆର. ଏ. ଶିବକୁମାର, ଚିତ୍ତରଞ୍ଜନ ରାଉଳ, ତରଣୀ ସେନ ଚାନ୍ଦ, ଅଶୋକ ସାମଲ, ଅମିତାଭ ପରିଡା, ମହେଶ ଶର୍ମା, ପ୍ରଶାନ୍ତ ଥାପା, ସରୋଜ ମହାରଣା, ଭୀମ ସାହୁ, ମହମ୍ମଦ ସନାଉଲ୍ଲା, ସୁରେଖା ସାହୁ, ଦୁଲାଲ ଚନ୍ଦ୍ର ରାୟ, ଏମଡି ହଲିମ, ଅନୁପ ମୋଦକ, ମନୋଜ ନାଥ, ସତ୍ୟଜିତ, କଳ୍ପନା ମିଶ୍ର, ଉଷା ପ୍ରଧାନ, ଜ୍ୟେତ୍ସ୍ନା ପ୍ରଧାନ, ବୃନ୍ଦା କଟା, ନିଳିମା ନାଏକ, ସୁସ୍ମିତା ଦୀପ, ମୁନ୍ନି ବେଗମ, ଦିନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.