ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା-ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ରଖିଲେ ବିବୃତି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତି ରଖିଛନ୍ତି। ଘଟଣାକୁ ସମ୍ବେଦନଶୀଳ ଓ ଦୁଃଖଦ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ବିଧାନସଭା​‌େ​‌ର ଦେଇଥିବା ବିବୃତିରେ କହିଛନ୍ତି ଯେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ଏକ ଚିଠି ଜବତ କରିଛି। ଏ ସଂକ୍ରାନ୍ତରେ ବରଗଡ଼ ଥାନାରେ ମାମଲା ହୋଇଛି। ତଦନ୍ତ ପାଇଁ ୩ଟି ଟିମ ଗଠନ କରାଯାଇଛି, ଡିସିପିଙ୍କ ତତ୍ତ୍ବାବଧାନରେ ତଦନ୍ତ ଚାଲିଛି।

ଗୃହ ରାଷ୍ଟ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ସରକାର ଅତି ଗୁରୁତର ସହ ନେବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଶିକ୍ଷାନୁଷ୍ଠାନରେ ରାଂଗିଙ୍କୁ ପ୍ରତିହତ କରିବା ପାଇଁ ଗୃହବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ତଦନ୍ତ ପାଇଁ କମିଶନରେଟ୍ ପୁଲିସ ୩ଟି ଟିମ୍ ଗଠନ କରିଛି। ଏ ବିଷୟରେ ପରିବାରର ସଦସ୍ୟ, ମୃତକଙ୍କ ଅଭିଭାବକଙ୍କ ଦ୍ୱାରା ଉଠାଯାଇଥିବା ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି। ମାମଲାକୁ ଗୁରୁତର ସହ ଗ୍ରହଣ କରି ହଷ୍ଟେଲ ସୁପରିଟେଣ୍ଡେଟ, କଲେଜ ପ୍ରିନ୍ସିପାଲ, ମାଟ୍ରନ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଇଛି।

Comments are closed.