ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ସୁଆଣ୍ଡୋ: କରୋନା ମହାମାରୀରୁ ମାନବ ସମାଜକୁ ରକ୍ଷା କରିବା ଲକ୍ଷ୍ୟ ନେଇ ସତ୍ୟବାଦୀ ବ୍ଲକ ବଳପୁର ପଣ୍ଡା ସାହିରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଛି, ଯାହାକି ଆଜି ଉଦ୍‌ଯାପିତ ହୋଇଛି । ଭାର୍ଗବୀ ନଦୀ ବାରୁଣି ସ୍ନାନ ତୀର୍ଥ ରହିଥିବା ମହାବୀର ମନ୍ଦିର ପରିସରରେ ପାଞ୍ଚ ଦିନ ବ୍ୟାପି ଏହି ଯଜ୍ଞ ହୋଇଥିଲା । ପଣ୍ଡିତ ଭାସ୍କର ପଣ୍ଡା ଓ ସନ୍ତୋଷ କୁମାର ନନ୍ଦ ପ୍ରମୁଖ ଯଜ୍ଞ କର୍ମ କରିଥିଲେ । ଗ୍ରାମରେ ପ୍ରତି ପରିବାର ହବିଷ୍ୟରେ ରହିଥିବା ବେଳେ ଦାଣ୍ତ ଦୂଆରେ ପୂର୍ଣ୍ଣ କୁମ୍ଭ ଦୀପ ବସିଥିଲା । ରବିନାରାୟଣ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା କର୍ତ୍ତା ଥିଲେ । ଗ୍ରାମବାସୀଙ୍କ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ ହୋଇଥିଲା ।

Comments
Loading...