ମାନପୁର ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

ଆଠଗଡ : ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅଧିନସ୍ଥ ମାନପୁର ଗ୍ରାମରେ ୨ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶନିବାର ଗ୍ରାମର ବହୁ ମହିଳା ଓ ପୁରୁଷ ନିକଟସ୍ଥ ସାପୁଆନଦୀରୁ ଜଳକଳସ ଧାରଣ କରି ସାମାଜିକ ଦୂରତ୍ୱ ରକ୍ଷା କରି ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ କଳସ ସ୍ଥାପନ କରିଥିଲେ। ରବିବାର ସକାଳେ ଗୋପୂଜା, ସୂର୍ୟ୍ୟପୂଜା ପରେ ଘୃତ ଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୬ଘଟିକାରେ ପୂର୍ଣ୍ଣାହୃତି ସଂପନ୍ନ ହୋଇଥିଲା। ଗ୍ରାମର ଗୋଲଖ ମୁଦୁଲି ଓ ତାଙ୍କ ସହଧର୍ମିଣୀ ମଞ୍ଜୁଲତା ମୁଦୁଲି କର୍ତ୍ତା ଭାବେ ଯଜ୍ଞ ପରିଚାଳନା କରିଥିଲେ। ବିଶ୍ୱଶାନ୍ତି ସହିତ ସମଗ୍ର ବିଶ୍ୱକୁ କରୋନା ମହାମାରୀ ଦାଉରୁ ରକ୍ଷା କରିବା ପାଇଁ ଏହି ଯଜ୍ଞସ୍ଥଳରେ ଗ୍ରାମବାସୀ ସାମୂହିକ ପ୍ରାର୍ଥନା କରିଥିଲେ। ଗ୍ରାମ ସଭାପତି ବିଜୟ କୁମାର ସ୍ୱାଇଁ, କାହ୍ନୁଚରଣ ମହାନ୍ତି, ସଚିତ୍ର ସ୍ୱାଇଁ, ଚିତ୍ତରଞ୍ଜନ ଦଳାଇ, ସୁବ୍ରତ ରଞ୍ଜନ ସ୍ୱାଇଁ, ମନୋରଞ୍ଜନ ମହାନ୍ତି, ଲୋକନାଥ ଦଳାଇ, ତୁଷାରକାନ୍ତ ସାମଲ, ବୁନେଶ ମହାନ୍ତି, ବୁଲୁ ସାମଲ, ଟୁଲୁ ସାମଲ, ବେଣୁଧର ମହାନ୍ତି, ପ୍ରଶାନ୍ତ କୁମାର ଦଳାଇ, ରବିନ୍ଦ ମୁଦୁଲି ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.