ନିଖୋଜ ବିରଜୁ ଅନୁଗୁଳରୁ ଉଦ୍ଧାର

ଅନୁଗୁଳ:ସୁନ୍ଦରଗଡରୁ ନିଖୋଜ ହୋଇଥିବା ବିରଜୁକୁ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରୁ ଗତ କାଲି ରାତିରେ ଉଦ୍ଧାର କରାଯାଇଛି। ବିରଜୁ ତାଳଚେର ବଜାରରେ ବୁଲୁଥିବା ବେଳେ ପୁଲିସ ସନ୍ଦେହରେ ତାଙ୍କୁ ଧରି ଥିଲା। ତାଙ୍କୁ ବିରଜୁ ବୋଲି ସନ୍ଦେହ କରି ସୁନ୍ଦରଗଡ଼ ପୁଲିସକୁ ଖବର ଦେବା ସହ ଫଟୋ ପଠାଇ ଥିଲା। ସୁନ୍ଦରଗଡ଼ ପୁଲିସ ସେ ହିଁ ବିରଜୁ ବୋଲି ସୂଚନା ଦେବା ପରେ ତାଳଚେର ପୁଲିସ ମୁନିସିପାଲଟି କର୍ତ୍ତୃପକ୍ଷଙ୍କ ସହାୟତାରେ ତାଙ୍କୁ ଧରି ନେଇ ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଭାବେ ରଖିଛି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ପୁଲିସର ଏକ ଟିମ ବିରଜୁକୁ ନେବା ପାଇଁ ଅନୁଗୁଳ ଆସୁଛନ୍ତି। ଅନୁଗୁଳ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ଯେ ବିରଜୁ ସୁରକ୍ଷିତ ଅଛି। ତଦନ୍ତ ପରେ ବିରଜୁକୁ ସୁନ୍ଦରଗଡ଼ ପୁଲିସକୁ ହସ୍ତାନ୍ତର କରାଯିବ।