ତାଳଚେରରେ ନିଖୋଜ ବିର୍‌ଜୁ କୁଲୁଙ୍କୁ ଠାବ କରାଯାଇଛି, ସୂଚନା ଦେଲେ ସୁନ୍ଦରଗଡ଼ ଏସ୍‌ପି

ସୁନ୍ଦରଗଡ଼: ନିଖୋଜ ବିର୍‌ଜୁ କୁଲୁଙ୍କ ପତ୍ତା ମିଳିଲା। ତାଳଚେରରେ ବିର୍‌ଜୁ କୁଲୁଙ୍କୁ ଠାବ କରାଯାଇଛି। କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍‌ ତାଳଚେର ଯାଇଛି। ତାଙ୍କୁ ସୁନ୍ଦରଗଡ଼ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସୁନ୍ଦରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କହିଛନ୍ତି ଯେ ବିର୍‌ଜୁ କୁଲୁ ନିଖୋଜ ହୋଇଯିବା ନେଇ ତାଙ୍କ ଭଉଣୀ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯିବା ପରେ ତାଙ୍କୁ ତାଳଚେରଠାରେ ଠାବ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ଵରେ ବିର୍‌ଜୁ କୁଲୁଙ୍କୁ ସୁନ୍ଦରଗଡ଼ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି।


ଏଠାରେ ସୂଚନା ଯୋଗ୍ୟ ଯେ ନଭେମ୍ବର ମାସରେ ପାକିସ୍ଥାନରୁ ବିର୍‌ଜୁ କୁଲୁ ଓଡ଼ିଶା ଆସିଥିଲେ। ଜିଲା ପ୍ରଶାସନ ପକ୍ଷରୁ ତାଙ୍କର ସମସ୍ତ ପ୍ରକାର ଦାୟିତ୍ଵ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ ଓ ସହାୟତା ପ୍ରଦାନ କରାଯାଇନଥିବା ତାଙ୍କ ଭଉଣୀ ଅଭିଯୋଗ କରିଥିଲେ। ଫଳରେ ବିର୍‌ଜୁ କୁଲୁ ଘରୁ କେଉଁଆଡେ ଚାଲି ଯାଇଛନ୍ତି ତାହାର ପତ୍ତା ମିଳୁନାହିଁ ବୋଲି କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନିଜ ଗାଁ ପରିବାରକୁ ଦିର୍ଘ ୨୫ ବର୍ଷ ପରେ ଦେଖିଥିଲେ ବିରଜୁ କୁଲୁ। ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ବିର୍‌ଜୁ କୁଲୁ କିଭଳି ଜୀବନ ଅତିବାହିତ କରିବ ସେଥିନେଇ ଆଲୋଚନା ଜାରି ରହିଥିଲା। ସୁନ୍ଦରଗଡ଼ ଜିଲା ପ୍ରଶାସନ ବିର୍‌ଜୁ କୁଲୁଙ୍କୁ ସହାୟତାର ହାତ ବଢ଼ାଇଥିଲା। ଘରକୁ ଫେରିବାର ଦିନକ ପରେ ବିରଜୁ କୁଲୁଙ୍କୁ ସରକାରୀ ସହାୟତା ମିଳିଥିଲା। ପାକିସ୍ତାନ ଜେଲ୍‌ରୁ ମୁକିଳିବା ପରେ ଏବେ ବିରଜୁ ସୁନ୍ଦରଗଡ଼ କୁତ୍ରା ବ୍ଲକର କଟଙ୍ଗ ଗାଁରେ ଅଛନ୍ତି। ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ବିର୍‌ଜୁ କୁଲୁଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଥିବାବେଳେ ତାଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା। ବିରଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ସୁନ୍ଦରଗଡ଼ ପିଡି ଡିଆରଡିଏ ଭୈରବ ଚନ୍ଦ୍ର ପଟେଲ୍‌ କଟଙ୍ଗ ଗାଁରେ ପହଞ୍ଚି ବିର୍‌ଜୁଙ୍କୁ ଭେଟିଥିଲେ ଏବଂ ସରକାରୀ ସହାୟତା ପ୍ରଦାନ କରିଥିଲେ।


ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ ଦିର୍ଘ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତେବେ ସେ ପାକିସ୍ତାନ ଜେଲରେ ୨୦ ବର୍ଷ ଧରି ବନ୍ଦୀ ରହିଥିବା ଗତବର୍ଷ ଜଣାପଡିଥିଲା। ଯାହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା।

Comments are closed.