ଗରିବଙ୍କ ପାଇଁ ପକ୍କା ଘର ସାତ ସପନ

ବିରିଡି : ଏହି ବ୍ଲକ ନୂଆପାରି ଗ୍ରାମର ପ୍ରେମାନନ୍ଦ ବାରିକ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ଏକ ଭଙ୍ଗା ଝାଟିମାଟି ପାଲ ପକ୍କା ଚାଳଘରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି। ପ୍ରେମାନନ୍ଦଙ୍କୁ ୧୯୯୯ ବାତ୍ୟା ପୂର୍ବରୁ ଏକ ଘର ମିଳିଥିଲା । ସେ ମାତ୍ର ୧୦ହଜାର ଟଙ୍କା ପାଇଥିଲେ । ଏକ ଦୁର୍ଘଟଣା ଘଟି ପ୍ରେମାନନ୍ଦଙ୍କ ଗୋଡ ଭାଙ୍ଗି ଯାଇଥିଲା। ଚାରି ମାସ ଘରେ ପଡିବା ପରେ ତାଙ୍କୁ ପକ୍କା ଘର ଯୋଜନାରେ ଆଉ ଅବଶିଷ୍ଟ ଟଙ୍କା ମିଳିନଥିଲା। ଯାହାଫଳରେ ଘର ଖଣ୍ଡିଏ କରି ନପାରି ଆଜି ପର୍ଯ୍ୟନ୍ତ ଏକ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି। ବର୍ଷା ପବନ ହେଲେ ନିଜ ଘର ଛାଡି ଅନ୍ୟ ଘରେ ଆଶ୍ରୟ ନେବାକୁ ପଡୁଛି। ପକ୍କା ଘର ଖଣ୍ଡେ ପାଇବା ପାଇଁ ବହୁବାର ପଞ୍ଚାୟତ ପ୍ରତିନିଧି, ନିର୍ବାହୀ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ତାଙ୍କ ଦୁଃଖ କେହି ବୁଝୁନଥିବା କହିଛନ୍ତି।

Comments are closed.