ବୀରେନ୍ଦ୍ର ଓ ଦୀପଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓ ଅଲମ୍ପିକ୍‌ ୨୦୨୦ ପାଇଁ ଓଡ଼ିଶାର ହକି ଖୋଳଳୀ ବୀରେନ୍ଦ୍ର ଲାକ୍ରା ଏବଂ ଦୀପ ଗ୍ରେସ୍‌ ଏକ୍କା ନିଯୁକ୍ତ ଯଥାକ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମର ଉଭୟ ଦଳ ଦେଶ ପାଇଁ ଗୌରବ ଆଣିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Comments are closed.