ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ  ଦିତ୍ବୀୟ ଦିନରେ କୁକୁଡାମରା ଅଭିଯାନ ଓ ବିଶୋଧନ ପ୍ରକ୍ରିୟା

ଭୁବେନେଶ୍ବର : ବାର୍ଡ ଫ୍ଲୁ ନିୟନ୍ତ୍ରଣ ନିମନ୍ତେ ସଂକ୍ରମିତ ସ୍ଥାନ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବୁଧବାର ଦିତ୍ବୀୟ ଦିନ ପାଇଁ କୁକୁଡାମରା ଓ ବିଶୋଧନ କାର୍ଯ୍ୟ ଚାଲିଥିଲା। ସଂକ୍ରମିତ ସ୍ଥାନରେ ନିୟୋଜିତ ଦୁଇଟି ରାପିଡ଼ ରେସପନ୍ସ ଟିମ ଓୟୁଏଟି କୁକୁଡା ଫାର୍ମ ଭିତେର ୨% ସୋଡିଅମ ହାଇେପାକ୍ଲୋରାଇଟ ଓ ୪% ଫରମାଲିନ ଦ୍ରବଣ ସିଞ୍ଚନ କରି ସଂକ୍ରମିତ ସ୍ଥାନକୁ ବିଶୋଧନ କରିଥିଲେ। ଅନ୍ୟ ପାଞ୍ଚଟି  ରାପିଡ଼ ରେସପନ୍ସ ଟିମ ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ  ଅଞ୍ଚଳରେ ଥିବା କୁକୁଡା ଦୋକାନ ଏବଂ କୁକୁଡା ଚାଷୀ ୮୦ ଗୋଟି କୁକୁଡା ଓ ବତକଙ୍କୁ ମାରି ଗଭୀର ଗାତେର ପୋତି ଦେଇଛନ୍ତି। ୮୦ ଗୋଟି କୁକୁଡା ଓ ବତକଙ୍କୁ ମାରି ୩୮ଟି ଲେୟର ଚିଆଁ, ୩୮ଟି ଲେୟର କୁକୁଡା ଓ ୪ଟି ବତକ ଅନ୍ତର୍ଭୁକ୍ତ ଥିଲେ। ତତ୍‍ସହିତ ସେମାନେ ୧୦୫୯ଟି ଅଣ୍ଡା ଓ ୧୦ କିଲୋଗ୍ରାମ କୁକୁଡା ଖାଦ୍ୟ ଗଭୀର ଗାତରେ ପୋତିଦେଇଛନ୍ତି। ପୋତିବା ସମୟେର ଗାତେର ବିଶୋଧକ ଭାବେ ଚୂନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରାଯାଇଥିଲା।

କ୍ଷତିପୂରଣ ବାବଦକୁ ଲେୟର ଚିଆଁ ପ୍ରତି ୨୦ ଟଙ୍କା, ଲେୟର କୁକୁଡା ପ୍ରତି ୯୦ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡା ପ୍ରତି ୩ ଟଙ୍କା ଓ କୁକୁଡା ଦାନା କିଲୋଗ୍ରାମ ପ୍ରତି ୧୨ ଟଙ୍କା ହିସାବରେ ମୋଟ ୮୦୧୭ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରଥମ ଦିନର କ୍ଷତିପୂରଣକୁ ମିଶାଇ ଏବେ ସୁଧା ୨୫୯୦୪ ଟାର କ୍ଷତିପୂରଣ ବଣ୍ଟନ କରାଯାଇଛି।

ଆସନ୍ତା କାଲି କୁକୁଡାମରା ଅଭିଯାନ ଓ ବିଶୋଧନ ପ୍ରକ୍ରିୟା ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଆସୁଥିବା ଅଞ୍ଚଳ ମାନଙ୍କରେ ଚାଲୁ ରହିବ । ଏତଦ୍‍ବତୀତ ୧ ରୁ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା  ଅଞ୍ଚଳରେ ଛଅଗୋଟି ରାପିଡ଼ରେସପନ୍ସ ଟିମଙ୍କ ଦ୍ବାରା ଆଜି ତନ୍ନ ତନ୍ନ କରି ନୀରିକ୍ଷଣ କରାଯାଇଥିଲା ଓ ଏହି ପ୍ରକ୍ରିୟା ଆସନ୍ତାକାଲି ମଧ୍ୟ ଚାଲୁରହିବ।

Comments are closed.