ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀ ଗଣନା

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳରେ ଆଜି ପକ୍ଷୀ ଗଣନା ହୋଇଛି। ନାକଚୁଣିପାଟ, ବରଦାପାଟ, ଶଙ୍ଖଯୋର, ମହାନଦୀ ପ୍ରଭୃତି ସ୍ଥାନମାନଙ୍କରେ ଏକାଧିକ ଟିମରେ ବନ କର୍ମଚାରୀମାନେ ପକ୍ଷୀଗଣନା କରିଥିଲେ। ୧୨ଟି ପ୍ରଜାତିର ୩୦୨୧ ପକ୍ଷୀ ଗଣନା କରାଯାଇଥିଲା। ୨୦୧୯ରେ ୧୭୫୨, ୨୦୨୦ରେ ୨୫୯୧ ଓ ଆଜି ୩୦୨୧। ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ରାଉତ ଓ ବନାଞ୍ଚଳର କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.