ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର : ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଗଣନାରେ ସମ୍ବଲପୁର ବନ ବିଭାଗର ୨୧ଟି ଟିମ୍‍ ନିୟୋଜିତ ହୋଇଛନ୍ତି। ଏହି ଟିମ ୩ଟି ବିଭାଗରେ ବିଭକ୍ତ ହୋଇ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି। ହୀରାକୁଦ  ଓ ସମ୍ବଲପୁରରେ ପକ୍ଷୀ ଗଣନା ପାଇଁ ପ୍ରାୟ ୭୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଏହି ଗଣନା ଜାରି ରହିବ। ବରଗଡ଼ ଓ ଝାରସୁଗୁଡ଼ାର କିଛି ଅଞ୍ଚଳରେ ମଧ୍ୟ ପକ୍ଷୀ ଗଣନା ଚାଲିଥିବା ଜଣାପଡ଼ିଛି। ଗଣନା ଶେଷ ହେବା ପରେ କେତେ ପ୍ରତିଶତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି କିମ୍ବା ହ୍ରାସ ପାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିବ।

Comments are closed.