ନବଜାତ ଭାଲୁଛୁଆ ଉଦ୍ଧାର

ବୀରମହାରାଜପୁର: ଆଜି ସକାଳେ ସୋନପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ଥାନା ଲତୁରପେଟ ମହିମା ମଠ ନିକଟସ୍ଥ ପଡ଼ିଆରୁ ଏକ ନବଜାତ ଭାଲୁ ଛୁଆ ଉଦ୍ଧାର ହୋଇଛି। ଲତୁରପେଟ ଗ୍ରାମର ପଦ୍ମଲୋଚନ ମହାନନ୍ଦ ଉକ୍ତ ପଡିଆ ଦେଇ ତାଙ୍କ କ୍ଷେତକୁ ଯାଉଥିବାବେଳେ ଭାଲୁ ଛୁଆଟିକୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଭାଲୁ ଛୁଆକୁ ନିଜ ପାଖରେ ରଖି ପଦ୍ମଲୋଚନ ମହାନନ୍ଦ ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ। ପଦ୍ମଲୋଚନଙ୍କ ମାଆ ବାସନ୍ତୀ ମହାନନ୍ଦ ଭାଲୁ ଛୁଆକୁ ଗାଈ କ୍ଷୀର ପିଆଇଥିଲେ। ଏହାପରେ ନବଜାତ ଭାଲୁ ଛୁଆଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା।

Comments are closed.