କାଳୀପୂଜା ପାଇଁ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୧୪ଧାରା

ପୁରୀ: ପୁରୀ ଜିଲାର ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ କାଳିପୂଜା ଅବସରରେ ନଭେମ୍ବର ୪ ଓ ୫ ତାରିଖରେ ୧୪୪ ଧାରା ଜାରି କରାଯିବ। ବୀରଗୋବନ୍ଦପୁର ଦକ୍ଷିଣକାଳୀ ପୀଠରେ କାଳୀପୂଜା ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।  କରୋନା କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଉପ ଜିଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ଅନୁସାରେ କାଳୀପୂଜା ପାଳନ କରାଯିବ। କରୋନା କଟକଣା ଅବଧି ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷମାନଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ। କୋଭିଡ କଟକଣା ମଧ୍ୟରେ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ କାଳୀପୂଜା ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.