ବୀର ବଜରଙ୍ଗ କ୍ଳବ୍ ପକ୍ଷରୁ ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନିଲେଇପାଲି ଚାମ୍ପିଅନ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଅନ୍ତର୍ଗତ ଡୁମ୍ବେରମୁଣ୍ଡା ଠାରେ ବୀର ବଜରଙ୍ଗ କ୍ଳବ୍ ପକ୍ଷରୁ ଦୁଇଦିନ ଧରି ୨୮ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ରାଜ୍ୟ ବିଜେଡି ମହିଳା ସାଧାରଣ ସମ୍ପାଦିକା କେ.ସରସ୍ବତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଦିନରେ ୮ଟି ଦଳ ଅଂଶଗ୍ରହଣ କରି କରିଥଲେ। ଏହି ୮ଟି ଦଳ ମଧ୍ୟରୁ ଟାଙ୍ଗରପାଲି ଓ ଲହଣ୍ଡା ବିଜୟୀ ହୋଇଥିଲେ । ଠିକ୍ ସେହିପରି ଟୁର୍ଣ୍ଣାମେଣ୍ଟରର ଦ୍ବିତୀୟ ଦିବସରେ ଅର୍ଥାତ୍ ଆଜି ଗୌର ଟିକ୍ରା, ନିଲେଇପାଲି, ରୁଝେନ୍ ମାଲ, ବାଟିମୁଣ୍ଡା, କୁମେଲସିଂହା, ଚକୁଳି, ଅମଲିପାଲି ଓ ସେହ୍ନାପାଲି ଆଦି ୮ଟି ଦଳ ଅଂଶଗ୍ରହଣ କରିଥିଲେ।

 

ନିଲେଇପାଳି ଓ ଗୌରଟକ୍ରା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇନ ଥିବାବେଳେ ଶେଷରେ ଦୁଇ ଦଳଙ୍କ ମଧ୍ୟରେ ପେନାଲ୍ଟିକ ଗୋଲ ଦ୍ବାରା ୪/୧ରେ ନିଲେଇପାଲି ଚାମ୍ପିଅନ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନି ଦିବସରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଲରାସରା ସରପଞ୍ଚ ରଞ୍ଜିତ ସାହୁ, ପଞ୍ଚାୟତର ବିଜୁ ମହିଳା ଜନତା ଦଳର ସଭାପତି ରୀନା ବାରିକ, ବିଜେଡି ଏନ୍ଏସି ସଭାପତି ଟଙ୍କ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସରୋଜ ବିଶି ଓ ପ୍ରଦୀପ ଭୋଇ ଖେଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବୀର ବଜରଙ୍ଗ ଦଳ କ୍ଲବର ସମସ୍ତ ସଭ୍ୟ, କର୍ମକର୍ତ୍ତା ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।

Comments are closed.