ଦେଶରେ ୨୧୫ ପ୍ରଜାତିର ପ୍ରାଣୀ ଓ ୨୪୪ ପ୍ରଜାତିର ଉଦ୍ଭିତ ବିପଦଗ୍ରସ୍ତ

ବ୍ୟାପକ ଜଙ୍ଗଲ କ୍ଷୟ ଜୈବବିବିଧତାକୁ ଧ୍ୱଂସମୁଖକୁ ଠେଲି ଦେଇଛି, ପ୍ରତି ୨୦ ମିନିଟରେ ବିବିଧତାର ଗୋଟିଏ ପ୍ରଜାତିର ବିଲୁପ୍ତି ଘଟୁଛି

ଭୁବନେଶ୍ବର: ପୃଥିବୀ ପୃଷ୍ଠର ବିଭିନ୍ନ ପ୍ରାନ୍ତରରେ ଜୈବ ବିବିଧତା ଆଜି ବିପଦଗ୍ରସ୍ତ। ଭାରତ ବର୍ଷରେ ଅରଣ୍ୟ ସମୂହ ବିବିଧ ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳିଥାନ୍ତି। ହିମାଳୟର ଶୀତଳ ମରୁଭୂମି ଓ ରାଜସ୍ଥାନର ଉଷ୍ଣ ମରୁଭୂମି ନିଜସ୍ୱ ପ୍ରସିଦ୍ଧି ଲାଭ କରିଛନ୍ତି। ଅଧିକ ସଂଖ୍ୟା ଓ ପ୍ରକାର ଜୀବ ଦେଖାଯାଉଥିବା ଅଞ୍ଚଳକୁ ବିବିଧତାର ହଟସ୍ପଟ କୁହାଯାଇଥାଏ। ପୃଥବୀର ମୋଟ ୩୪ଟି ଜୈବ ବିବଧତା ପୂର୍ଣ୍ଣ ହଟସ୍ପଟ ମଧ୍ୟରୁ ଭାରତରେ ଚାରୋଟି ରହିଛି। ବର୍ତ୍ତମାନ ବ୍ୟାପକ ଜଙ୍ଗଲ କ୍ଷୟ ଜୈବବିବିଧତାକୁ ଧ୍ୱଂସମୁଖକୁ ଠେଲି ଦେଇଛି। ପ୍ରତି ୨୦ ମିନିଟରେ ବିବିଧତାର ଗୋଟିଏ ଜାତି ବା ପ୍ରଜାତିର ବିଲୁପ୍ତି ଘଟୁଛି। ବିଭିନ୍ନ ଜାତି ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ଏବଂ ପ୍ରକୃତିର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହୋଇଥାନ୍ତି। ଓଡିଶା ଜୈବବିବିଧତା କ୍ଷେତ୍ରରେ ସମୃଦ୍ଧ। ଏଠାରେ ୧୮ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ପାର୍କ ରହିଛି। ଆମ ରାଜ୍ୟରେ ୮୭ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୦୭୩ ପ୍ରକାର ପକ୍ଷୀ, ୨୭୨୦ ପ୍ରକାର ଉଦ୍ଧିଦ, ୧୧୦ ପ୍ରକାର ସରୀସୃପ ଓ ୨୦ ପ୍ରକାର ଉଭୟଚର ଜୀବ ଉପଲବ୍ଧ ଅଛନ୍ତି। ସାଧାରଣତଃ ସରସୃପ ଓ ୨୦ ପ୍ରକାର ଉଭୟଚର ଜୀବ ଉପଲବ୍ଧ ଅଛନ୍ତି। ସାଧାରଣତଃ ବିଷୁବ ରେଖା ନିକଟରେ ଜୈବ ବିବିଧତାର ପ୍ରାଚୁର୍ଯ୍ୟ ଅଧିକ ଦେଖାଯାଇଥଆଏ ଯାହା କ୍ରମଶଃ ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ହ୍ରାସ ପାଇଥାଏ ବୋଲି ଜଣାପଡ଼ିଛି।

ବିଶ୍ୱ ଜୈବ ବିବିଧତା ଦିବସ ଅବସରରେ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଆଇୟୁସିଏନ୍ ଦ୍ୱାରା ପ୍ରକାଶିତ ଲାଲ ତଥ୍ୟ ପୁସ୍ତକରେ ସଂକଟାପନ୍ନ ଜାତୀ, ପ୍ରାଣୀ ଓ ଉଦ୍ଭିଦଙ୍କର ସଂଖ୍ୟା ଉଲ୍ଲେଖ କରାଯାଇଛି। ଆମ ଦେଶରେ ୨୧୫ ପ୍ରଜାତିର ପ୍ରାଣୀ ଓ ୨୪୪ ପ୍ରଜାତିର ଉଦ୍ଭିତ ବିପଦଗ୍ରସ୍ତ ଅବସ୍ଥାରେ ରହିଛନ୍ତି। ପୃଥିବୀର ପରିବର୍ତ୍ତିତ ପରିସ୍ଥିତିରେ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତା ରହିଛି। ବିପଦଗ୍ରସ୍ତ ଜୈବବିବିଧତାକୁ ସୁରକ୍ଷା ଦେବା ପାଇଁ ଜାତି ସଂଘର ପ୍ରୟାସରେ ମଇ ମାସ ୨୨ ତାରିଖକୁ ବିଶ୍ୱ ବା ଆନ୍ତର୍ଜାତିକ ଜୈବବିବିଧତା ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟ ବସ୍ତୁ ରହିଛି “ଆମେ ସମାଧାନର ଏକ ଅଂଶ’। ବିବିଧତା ପୂର୍ଣ୍ଣ ଜୀବଜଗତ ସର୍ବଦା ମନୁଷ୍ୟର ଆବଶ୍ୟକତାକୁ ପୂରଣ କରିଥାନ୍ତି। ଆମର ବାସସ୍ଥାନ, ଖାଦ୍ୟ, ବସ୍ତ୍ର, ଶକ୍ତି, ଔଷଧ ଆଦିର ଚାହିଦା ଜୈବବିବିଧତା ଦ୍ୱାରା ପୂର୍ଣ୍ଣ ହୋଇଥାଏ। ତେଣୁ ଆମକୁ ନିରନ୍ତର ସେବା ଯୋଗାଉଥିବା ଜୀବଜଗତକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ। ପ୍ରକୃତିର ଭାରସାମ୍ୟ ତଥା ଉଦ୍ଭିଦ ଓ ଜୀବଜନ୍ତୁ ମାନଙ୍କର ପରିସ୍ଥାନର ସୁରକ୍ଷା ନିମନ୍ତେ ଜୈବବିବିଧତା ସଂରକ୍ଷଣ ଏକାନ୍ତ ଆବଶ୍ୟକ। ଏଥିପାଇଁ ଜନସଚେତନତା ଜରୁରୀ। ଆଇନ କାନୁନର ପ୍ରଣୟନ ଦ୍ୱାରା ଜୈବ ବିବିଧତାକୁ ସୁରକ୍ଷା ଦେଇହେବ। ଲୋକ ମାନଙଅକୁ ପରିବେଶ ସଚେତନତା ଦିଗରେ ଶିକ୍ଷାର ଆବଶ୍ୟକତା ରହିଛି। ଜୈବବିବିଧତାର ଅବକ୍ଷୟ ପାଇଁ ଏକମାତ୍ର ମନୁଷ୍ୟଦାୟୀ। ବର୍ତ୍ତମାନ ପ୍ରକୃତିରେ ଭାରସାମ୍ୟ ହରାଇ ଆମେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଆଦି ଦ୍ୱାରା ଆକ୍ରାନ୍ତ। ପରିତାପର ବିଷୟ ଏହିକି ଯେ କୌଣସି ଗୋଟିଏ ପ୍ରାକୃତିକ ଜଙ୍ଗଲ ସମଗ୍ର ପୃଥିବୀରେ ଖୋଜି ବାହାର କରିବା ଅସମ୍ଭବ ହୋଇ ପଡ଼ିଛି। ପରିବେଶ ପ୍ରଦୂଶଣ ଯୋଗୁଁ ଜୀବମାନଙ୍କର ପ୍ରାକୃତିକ ଆବାସ ସ୍ଥଳ ବିପର୍ଯ୍ୟସ୍ତ ହେଉଛି। ଶଙ୍କର ଜାତୀୟ ଜୀବମାନଙ୍କର ବହୁଳ ପ୍ରସାର ଯୋଗୁଁ ପୁରାତନ ମୂଳ ଜିନ୍ ବିଶିଷ୍ଟ ଜୀବମାନେ ଧ୍ୱଂସାବିମୁଖୀ। ପରିସଂସ୍ଥାର ଭାରସାମ୍ୟ, ଜୀବଜନ୍ତୁଙ୍କର ସୁରକ୍ଷା ଏବଂ ପରିବେଶର ସୁରକ୍ଷା ପ୍ରତି ଆମେ ସଯତ୍ନ ହେବା ଉଚିତ୍। ତେଣୁ ଯଥାର୍ଥରେ ସମାଧାନର ମାର୍ଗ ଆମ ହାତରେ କହିଲେ ଉତ୍ୟୁକ୍ତି ହେବ ନାହିଁ ବୋଲି ବିଶିଷ୍ଟ ପରିବେଶବିତ ଡକ୍ଟର ଭାଗୀରଥୀ ବେହେରା ପ୍ରକାଶ କରିଛନ୍ତି।

Comments are closed.