୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫି, ବିହାରକୁ ୬୧ ରନ୍‌ରେ ହରାଇଲା ଓଡ଼ିଶା

କଟକ: ଚଣ୍ଡିଗଡ଼ରେ ଚାଲିଥିବା ୧୯ ବର୍ଷରୁ କମ୍ ପୁରୁଷ ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି। ୟୁପିଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଓଡ଼ିଶା ବୁଧବାର ୨ୟ ମ୍ୟାଚ୍‌ରେ ବିହାରକୁ ୬୧ ରନ୍‌ରେ ପରାସ୍ତକରି ୪ ପଏଣ୍ଟ ପାଇ ଖାତା ଖୋଲିପାରିଛି। ଏଲିଟ୍‌ ଗ୍ରୁପ୍ ‘ଏ’ର ଏହି ଲିଗ୍‌ ମ୍ୟାଚ୍‌ରେ ସୁଶୀଲ ବାରିକ ଓ ସମ୍ବିତ ବରାଳଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୫୦ ଓଭରରେ ୯ ୱିକେଟରେ ୧୭୯ ରନ୍ କରିଥିଲା। ପରେ ବିହାର ୩୬.୫ ଓଭରରେ ୧୧୮ ରନ୍‌କରି ସମସ୍ତ ୱିକେଟ ହରାଇଥିଲା।

ଶୁକ୍ରବାର ଦିଲ୍ଲୀ ବିପକ୍ଷରେ ଓଡ଼ିଶା ୩ୟ ଲିଗ୍‌ ମ୍ୟାଚ୍‌ ଖେଳିବ। ବୁଧବାରର ମ୍ୟାଚ୍‌ରେ ଟସ୍ ଜିତି ଓଡ଼ିଶା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଓଡ଼ିଶାର ଦିନେଶ ମାଝୀ ଗୋଟିଏ ଚୌକା ସହ ୨୧, ମହମ୍ମଦ ସୋହେଲ ଖାଁ ଗୋଟିଏ ଚୌକା ସହ ୧୬ ଓ ସାଇ ଶୁଭମ୍ ୧୭ ରନ୍‌ କରିଥିଲେ। ଓଡ଼ିଶା ୬୨ ରନ୍‌ରେ ୫ଟି ୱିକେଟ ହରାଇଥିଲା। ୧୮୦ ରନ୍‌ ଲକ୍ଷ୍ୟରେ ବିହାର ଦୟନୀୟ ବ୍ୟାଟିଂ କରିଥିଲା। ଅଧିନାୟକ ଶ୍ରମଣ ନିଗ୍ରୋଧ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‌ କରିଥିଲେ।

Comments are closed.