ରାଜଦାଣ୍ଡରେ ଦର୍ଶନ ଦେଲେ ଫୁଲମୁଠୀର ଇଷ୍ଟଦେବୀ ମାଁ ମାହେଶ୍ୱରୀ

ବିନିକା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମାହେଶ୍ୱରୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ଷୋଳପୂଜା ପାଇଁ ସମସ୍ତ ଶକ୍ତିପୀଠ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି। ଏହି ପରିପ୍ରେକ୍ଷୀରେ ପୁଅ ଜିଉନ୍ତିଆ ଠାରୁ ଅଞ୍ଚଳର ସମସ୍ତ ମାହେଶ୍ୱରୀ ଦେବୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଆୟୋଜନ ହେବା ସହିତ ସୁଚାରୁ ରୂପେ ଯଥାରିତ ନିତିକାନ୍ତି ସମ୍ପାଦିତ ହେଉଛି। ଏଥିପାଇଁ ବିନିକା ଅଞ୍ଚଳର ସମସ୍ତ ମାହେଶ୍ୱରୀ ଦେବୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଆୟୋଜନ ହେଉଛି। ଏହାକୁ ଦୃଷ୍ଟିରେ ରଖି ସମୂହ ମନ୍ଦିର ପରିଚାଳନା କମିଟିର ସଭାପତି ସମ୍ପାଦକ ଏବଂ ସେବାୟତ କର୍ମଚାରୀ କର୍ମକର୍ତ୍ତା ଉପସ୍ଥିତ ଯୋଗଦେଇ ମାଁ ମାହେଶ୍ୱରୀ ଦେବୀଙ୍କ ପୂଜାକାର୍ଯ୍ୟରେ ନିୟୋଜିତ ହୋଇ ଅଜି ଭାଇ ଜିଉନ୍ତିଆରେ ପଡ଼ୁଥିବା ମହାଷ୍ଟମୀ ଯାତ୍ରାକୁ ସୁପରିଚାଳନା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଛନ୍ତି।

ସକାଳେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ପାଇଁ କାଷ୍ଠା ଓ ନିଷ୍ଠାର ସହ ଉପାସନା କରୁଥିବା ମାଙ୍କ ପୀଠରେ ବରୁଆ ଦେହେରୀ, ପୂଜାରୀ, ପଣ୍ଡା, ପୁରୋହିତ ସେବାୟତ ମାନେ ସକ୍ରିୟ ସହଯୋଗ କରିଥିବା ବେଳେ ସନ୍ଧ୍ୟାରେ ମନ୍ଦିର ଗମ୍ଭୀରାରୁ ବାହାରି ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବା ପରେ ଫୁଲମୁଠୀରେ ବିରାଜିତ ମାଁ ମାହେଶ୍ୱରୀ ବରୁଆ, ବାଡି ଦେବତାଙ୍କ ମାହେଶ୍ୱରୀ ଦେବୀ ଛତର ଯାତ୍ରାରେ ବାହାରି ରାଜ ଦାଣ୍ଡରେ ନିକଟସ୍ଥ ପାପକ୍ଷୟ ଘାଟ ମହାନଦୀକୁ ସ୍ନାନ ଯାତ୍ରାରେ ଯିବା ବେଳେ ମାଁଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟ ଲାଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିନିକା ଅଞ୍ଚଳର ସମସ୍ତ ମାହେଶ୍ୱରୀ ଦେବୀଙ୍କ ପୀଠରେ ଏଭଳି ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଆୟୋଜନ ହୋଇଥିବା ବେଳେ ସବୁଠି ଭକ୍ତଙ୍କୁ ଦର୍ଶନ ଦେଇ ମାଁ ମାହେଶ୍ୱରୀ ନିକଟସ୍ଥ ଜଳାଶୟ ଗୁଡିକୁ ସ୍ନାନ ଯାତ୍ରାରେ ଯାଇଥିବା ବେଳେ ଅରିଗାଁ ଓ ଡ଼ଭଲା ଗ୍ରାମରେ ମହାନଦୀ ଘାଟକୁ ସ୍ନାନ ଯାତ୍ରାରେ ଯାଇଥିବା ସୂଚନା ମିଳିଛି। ଏହିପରି ଆଜି ଅଞ୍ଚଳର ଗୁଲୁଣ୍ଡା,ଭଣ୍ଡାର, ବଲାରଙ୍ଗା, ଗରଗଡବାହାଲ ସମେତ ଅନ୍ୟ ସ୍ଥାନରେ ଥିବା ପୀଠରୁ ବାହାରି ମାହେଶ୍ୱରୀ ଦେବୀ ସ୍ନାନ ଯାତ୍ରାରେ ଯାଇଛନ୍ତି। ମହାଷ୍ଟମୀରେ ଫୁଲମୁଠୀ ମାହେଶ୍ୱରୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ସ୍ନାନ ଯାତ୍ରାରେ ମନ୍ଦିର ପରିଚାଳନା କମିଟିର ସଭାପତି ଫଗୁ ପାତ୍ରଙ୍କ ସମେତ ଗ୍ରାମର ବିଶିଷ୍ଟ ବ୍ୟକ୍ତି ପ୍ରମୋଦ କୁମାର ଦାଶ, ମାଁଙ୍କ ପୂଜକ ମୋହନ ଦେହେରି, ଵେଜି ବୁଧୁ ବିଶି, ପୁରୋହିତ ସେବାୟତ ବିଷ୍ଣୁ ପ୍ରସାଦ ପଣ୍ଡା, କଇରା ପଧାନଙ୍କ ସମେତ ବୁଲୁ ମହାକୁର, ଝଲିଆ କର୍ମୀ, ସତ୍ୟ ପଧାନ, କାର୍ତ୍ତିକ ପଧାନ, ନୂଆବାବୁ ପଧାନଙ୍କ ସହ ସମୂହ କର୍ମକର୍ତ୍ତା ଯୋଗଦେଇ ବକ୍ତବ୍ୟ ସବୁ ପ୍ରକାର ସମ୍ପାଦନ କରିଥିବା ବେଳେ ବାଦ୍ୟ ପରିବେଷଣରେ ଫୁଲମୁଠୀ ମାଁ ମାହେଶ୍ୱରୀ ଘଣ୍ଟବାଦ୍ୟ ଦଳ ବାଦ୍ୟ ବଜାଇ ମାଁଙ୍କୁ ମହାନଦୀକୁ ନେଇଥିଲେ। ତେବେ ମହାନଦୀରେ ପୂଜା ପାଇ ଫେରିବା ବାଟରେ ମାଁ ମାହେଶ୍ୱରୀ ଉର୍ଲ୍ଲେ ଗ୍ରାମର ମଧ୍ୟ ସ୍ଥଳରେ ଥିବା ରଘୁନାଥ ମହାପ୍ରଭୁଙ୍କ ମନ୍ଦିର ସମ୍ମୁଖରେ ସାମୁହିକ ପୂଜା ପାଇ ସାରିବା ପରେ ରାତିରେ ଆସି ଫୁଲମୁଠୀ ଗାଁରେ ଘରକୁ ଘର ବୁଲି ପୂଜା ପାଇବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.