ବିମଲ ଜୁଲ୍କା ହେଲେ ମୁଖ୍ୟ ସୂଚନା କମିଶନର : ଶପଥ ଗ୍ରହଣ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ବିମଲ ଜୁଲ୍କା ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିମଲ ଜୁଲ୍କା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ , ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୁଲ୍କାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ସୂଚନା ଆୟୋଗରେ ସିଆଇସି ପଦରେ ଶପଥ ଗ୍ରହଣ କରାଇଛନ୍ତି।ଚଳିତ ବର୍ଷ ଜାନୁଆରୀ ୧୧ରେ ସୁଧୀର ଭାର୍ଗବ ଅବସର ନେବା ପରେ ସୂଚନା ଆୟୋଗର ମୁଖ୍ୟ ପଦ ଖାଲି ପଡ଼ିଥିଲା। ସୂଚନା ଆୟୋଗରେ ମୁଖ୍ୟ ସୂଚନା କମିଶନର ସମେତ ୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ବର୍ତ୍ତମାନ ୬ଜଣ ସୂଚନା କମିଶନର ରହିଥିବା ସୂଚନା ମିଳିଛି।

Comments are closed.