ବାଇକ ଦୁର୍ଘଟଣା,ବାଇକ ଚାଳକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଫୁଲବାଣୀ-ଚାରିଛକ ରାସ୍ତା ଗେଟାମୁଣ୍ଡା ନିକଟରେ ଶୁକ୍ରବାର ସକାଳେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳେ ରୁଗୁଡିପାଲି ଗ୍ରାମର ସତ୍ୟାନନ୍ଦ ଡାଙ୍ଗ ଗାଡି ଏକ ହିରୋହୋଣ୍ଡା ବାଇକ ଯୋଗେ କୌଣସି କାମରେ ଗେଟାମୁଣ୍ଡା ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ହରଭଙ୍ଗା ଡମକଳ ଘଟଣାସ୍ଥଳରେ ପହଂଚି ଗୁରୁତରକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Comments are closed.