ବାଙ୍କପାଟୁଳି ନିକଟରେ ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ବାଙ୍କପାଟୁଳି ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏକ ବାଇକ ଖରାପ ରାସ୍ତା କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସଦର ବ୍ଲକ ନୁଣୁଝରଣ ଗ୍ରାମର ରମେଶ ଚନ୍ଦ୍ର ମହାନ୍ତ (୩୫) ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ବାଇକଟି ଭାଙ୍ଗିରୁଜି ଯାଇଛି । ଗୁରୁତରଙ୍କୁ ଟୋଲଗେଟ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଦୁର୍ଘଟଣାର ତଦନ୍ତ କରୁଛନ୍ତି ।

Comments are closed.