ଦୁଇ ବାଇକ୍ ମୁହାଁମୁହିଁ ଧକ୍କା , ୨ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି – ଉଖୁଣ୍ଡା ରାସ୍ତା ର ବାଉଁଶୁଳି ନିକଟରେ ଆଜି ଅପରାହ୍ନରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ ତୁରୁମୁଙ୍ଗା ଥାନା ଡାବରଚୁଆ ଗ୍ରାମର ଇଶ୍ଵର ଚନ୍ଦ୍ର ନାଏକ ଓ ବାରିଆ ଥାନା ଅଞ୍ଚଳର ବାଡିଆ ମହାନ୍ତ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed.