ବାଇକ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଦପୁଟୁଳି ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାଇକ୍ ଆରୋହୀ ଜଣକ ପାଟଣା ଥାନା ପୁଟୁଳିଆର ଖଗେଶ୍ବର ମହାନ୍ତ(୪୮) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେ କୈାଣସି କାମରେ ଯାଇ ଫେରୁଥିବା ସମୟରେ ଖୁଦପୁଟୁଳି ନିକଟ ବୁଲାଣି ରାସ୍ତାରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Comments are closed.