ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ବରପାଲି : ବରପାଲି ବ୍ଲକ ଆଗଲପୁର ତିନକାନୀ ତାରିଣୀ ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜୈନେକ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ତିନକାନୀ ଗାଁରୁ ବ୍ୟକ୍ତିଗତ କାର୍ଯ୍ୟ ସମାପନ ପରେ କମଳ ବଗର୍ତ୍ତି (୫୫) ବାଇକରେ ଆଗଲପୁର ନିଜ ଘରକୁ ଫେରୁଥିଲେ। ତାରିଣି ଛକରେ ଆଗଲପୁର ପଟରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ମୁହାଁମୁହିଁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ମାରି ଦେଇଥିଲା। ରାସ୍ତାରେ ଯାତାୟତ ହେଉଥିବା ଲୋକେ ଆଖାପାଖ ଅଚଂଳର ବାସିନ୍ଦାଙ୍କ ଭିଡ଼ ଘଟଣାସ୍ଥଳରେ ବୃଦ୍ଧି ପାଇଥିଲା। ଖବରପାଇ ପୁଲିସ ପହଞ୍ଚିବା ସହିତ ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଥିଲା। ମୃତକ ପରିବାର ସହ ଗ୍ରାମବାସୀ ପ୍ରଶାସନ ନିକଟରେ ଆର୍ଥିକ ସହାୟତା ନିମନ୍ତେ ଦାବି ଜଣାଇଥିଲେ। ତହସଲିଦାର ଅକ୍ଷୟ କୁମାର ବାଗ କମଲର ପରିବାର ସ୍ଥିତି ସମ୍ପର୍କରେ ଜାଣିଲାପରେ ରେଡ଼କ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ପରେ ସଂଧ୍ୟାରେ ପରିବାର ଲୋକଙ୍କ ସହାୟତାରେ ପୁଲିସ ମୃତଶରୀର ନିଜ ତତ୍ୱାଧାନରେ ବରଗଡ଼କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।

Comments are closed.