ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବୁଗୁଡ଼ା: ସ୍ଥାନୀୟ ହିରୋ ହୋଣ୍ଡା ସୋରୁମ୍ ନିକଟରେ ରବିବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଯୁବକଜଣକ ବୁଗୁଡ଼ା ବାଲିପିଣ୍ଡି ସାହିର ସଞ୍ଜୟ କୁମାର ସାହୁ।

ପ୍ରକାଶ ଯେ, ସଂଜୟ ନିକଟସ୍ଥ ବରଡିପଲ୍ଲୀ ଗ୍ରାମରୁ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଆଗରେ ଯାଉଥିବା ଏକ ମିନି ଟ୍ରକକୁ ଓଭରଟେକ୍ କରି ସାମନା ପଟୁ ଆସୁଥିବା ମିନି ବସକୁ ଧକ୍କା ଦେଇ ରାସ୍ତା ଉପରେ ଛିଟିକି ପଡିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ତାଙ୍କର ବାମ ହାତ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.