ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଯାଁଳା : ଆଜି ସଂଧ୍ୟା ସମୟରେ ୧୬ ନଂ ଜାତୀୟ ରାଜପଥର ରେତଙ୍ଗ କଟ୍ ନିକଟରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଦଣ୍ଡପାଣି ଦାସଙ୍କ ପୁଅ ସୂର୍ଯ୍ୟକାନ୍ତ (୫୧)। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ରେଡକ୍ରସ ସାହିରେ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ପ୍ରାୟ ଛଅଟା ସମୟରେ ସୂର୍ଯ୍ୟକାନ୍ତ ନିଜ ବାଇକ୍ ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ରେତଙ୍ଗ କଟ୍ ନିକଟରେ ଏକ ଟ୍ରକ୍ ଇଉ ଟର୍ଣ୍ଣ କଲାବେଳେ ସୂର୍ଯ୍ୟକାନ୍ତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସୂର୍ଯ୍ୟକାନ୍ତ ଗାଡିରୁ ଛିଟିକି ପଡିଥିଲେ। ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ସ୍ଥଳରେ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଯାଁଳା ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସପିଟାଲ୍ ପଠାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.