ଦୁଇ ବାଇକ୍ ମଧ୍ୟରେ ଧକ୍କା ; ୧ ମୃତ, ୧ ଗୁରୁତର

ବୁଗୁଡ଼ା : ସ୍ଥାନୀୟ ବଡଶଙ୍ଖ ଠାରେ ବୁଧବାର ରାତି ସାଢ଼େ ୧୦ଟା ବେଳେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।  ମୃତକ ଜଣକ କେନ୍ଦୁବାଡି ଗ୍ରାମର ଧୋବା ବେହେରା ଓ ଗୁରୁତର ଜଣକ ସେହି ଗ୍ରାମର କେଶବ ବିଷୋୟୀ । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ବୁଗୁଡ଼ା ହାଇସ୍କୁଲ ଛକର ଏକ ଫାଷ୍ଟ ଫୁଡ ଦୋକାନରୁ ଚାଖଣା ଖାଇ ଟଳମଳ ଅବସ୍ଥାରେ ସ୍ଥାନୀୟ ଦୁଇଟି ବାଇକରେ ଚାରି ଜଣ ଆଗ ପଛ ହୋଇ ଯାଉଥିଲେ। ପାଣ୍ଡବ ବିଶୋଇ ଓ ପାଣ୍ଡକ୍ଷ ଭୂୟାଁଙ୍କ ବାଇକକୁ ପଛ ପଟୁ କେଶବ ବିଷୋୟୀ ଧକ୍କା ଦେଇ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଖବର ପାଇ ବୁଗୁଡ଼ା ଦମକଳ ବାହିନୀ ଚାରି ଜଣଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ଆଣିଥିଲେ । କେଶବ ଓ ଧୋବାଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

Comments are closed.