ମାଟିରେ ମିଶିଲା ବିଜୁ ସ୍ମୃତି ପୀଠ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ପରିସରରେ ଥିବା ବିଜୁ ସ୍ମୃତି ପୀଠର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସ୍ୱର୍ଗଦ୍ୱାରର ବିକାଶ ପାଇଁ ବୁଧବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି।

ଏହା ସହିତ ଶ୍ରୀମନ୍ଦିର ପରିସରର ୭୫ ମିଟର ସୁରକ୍ଷା ଜୋନର ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି। ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ଭଙ୍ଗା ଯାଉଛି। ୨ ପ୍ଲାଟୁନ ପୁଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।
ସୂଚନାଯୋଗ୍ୟ, ଗତକାଲି କିଛି ବେସରକାରୀ ଘର ସହ କାଳିଚରଣ ଲଜ୍ ଓ ରାୟ ବାହାଦୁର ଲଜ୍କୁ ମଧ୍ୟ ଭଙ୍ଗା ଯାଇଥିଲା।

Comments are closed.