ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ; ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଆଦର୍ଶ ଥିଲା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ। ଏହି ଅବସରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା। ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଆଦର୍ଶ ଥିଲା। ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି କାମ କରି ଚାଲିଛି। ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା।ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବାକୁ ନବୀନ ପଟ୍ଟନାୟକ ଆହ୍ନାନ ଦେଇଛନ୍ତି। ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ନିଜ ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂରେ ସୁଯୋଗ ସୃଷ୍ଟି ହୋଇଛି। ଯୁବ ସମାଜର ସ୍ୱପ୍ନ ସାକାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜଧାନୀସ୍ଥିତ ଫରେଷ୍ଟ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.