ବିଜୁ ଛାତ୍ର ଜନତାଦଳ ତରଫରୁ ଖାଦ୍ୟପୁଡିଆ ବଣ୍ଟନ

ଗୁରୁଡିଝାଟିଆ : ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା କାପ୍ତାବରାଇ ଗ୍ରାମର ୧୬୦ ପରିବାରଙ୍କୁ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଖାଦ୍ୟପୁଡିଆ ବଣ୍ଟନ କରାଯାଇଛି । ଯୁବ ସଂଗଠକ ତଥା ମନ୍ତ୍ରୀ ଶୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗାଁର ପ୍ରତ୍ୟେକ ଜନସାଧାରଣଙ୍କୁ ଖାଦ୍ୟପୁଡିଆ ବଣ୍ଟନ କରାଯାଇଥିଲା । ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତି, ଯୁବଜନତା ଦଳର ଆଠଗଡ ଉପସଭାପତି ରବିନ୍ଦ୍ର ବରାଳ, ଅରୂପ କୁମାର ନାୟକ ଙ୍କ ସହିତ ସରପଞ୍ଚ କଳ୍ପନା ଛତାର ଉପସ୍ଥିତ ରହି ଖାଦ୍ୟ ପୁଡିଆ ବଣ୍ଟନରେ ସହଯୋଗ କରିଥିଲେ।

ଗୋପିନାଥପଡାରେ ରିଲିଫ ବାଣ୍ଟିଲେ ଯୁବ ସଂଗଠକ ଅଭୟ ବାରିକ

 

ବନ୍ୟାବିପନ୍ନ କଖଡି ପଞ୍ଚାୟତର କାପ୍ତାବରାଇ ଓ ଗୋପିନାଥପଡା ଗ୍ରାମର ଜନସାଧାରଣ ସରକାରୀ ଯାହାଯ୍ୟ ଠାରୁ ଦୂରରେ ଅଛନ୍ତି । ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ରିଲିଫ ପ୍ରଦାନ କରିନାହାନ୍ତିିଁ । ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯୁବସଂଗଠକ ଅଭୟ କୁମାର ବାରିକ ଗୁରୁବାର ଗୋପିନାଥପଡା ଗାଁରେ ପହଞ୍ଚି ଚୁଡା, ଗୁଡ, ବିସ୍କୁଟ, ଦିଆସିଲି ଓ ପାନୀୟଜଳ ଯୋଗାଇଦେଇ ପ୍ରତ୍ୟେକ ଘରଘରବୁଲି ସେମାନଙ୍କ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ। ଏହି ରିଲିଫ କାର୍ଯ୍ୟରେ ପ୍ରତାପ ଦାସ, ସରୋଜ ଦାସ, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.