ବିଜେପୁର ଉପନିର୍ବାଚନ; ଦିନ ୧ଟା ସୁଦ୍ଧା ୩୭.୧୦% ମତଦାନ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି। ଦିନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ ହୋଇଛି ବୋଲି ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଦିନ ୧୧ଟା ସୁଦ୍ଧା ୨୫.୭% ମତଦାନ ହୋଇଥିଲା। ସେହିପରି ସକାଳ ୯ଟା ସୁଦ୍ଧା ୧୧% ମତଦାନ ହୋଇଥିଲା ବୋଲି ସୂଚନା ମିଳିଛି। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ଯାଏଁ ଚାଲିବ।

Comments
Loading...