ବିଜୟକୃଷ୍ଣ ପଟେଲ ହେଲେ ମାନବାଧିକାର ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ମାନବିକାଧିକାର ଆୟୋଗ ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତି ଦିଆଯାଇଛି। ଏସଂକ୍ରାନ୍ତରେ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସରକାର ସହୃଦୟତାର ସହ ବିଚାରକରି ମାନବିକ ଅଧିକାର ଆୟୋଗ ଆଇନ-୧୯୯୩ ଅନୁଯାୟୀ ବିଚାରପତି ଶ୍ରୀ ପଟେଲଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଶ୍ରୀ ପଟେଲ ଯେବେଠାରୁ କାର୍ଯ୍ୟରେ ଯୋଗଦେବେ ସେବେଠାରୁ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି।

Comments are closed.