ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି: ବାଲୁକା କଳାରେ ସୁଦର୍ଶନ ଦେଲେ ବିରଳ ବିଦାୟ

ଓଡ଼ିଆ ଚଳଚିତ୍ର ଓ ମନୋରଞ୍ଜନ ଜଗତର ଏକ ସ୍ପର୍ଧିତ ନାଁ ହେଉଛନ୍ତି ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି । ମଙ୍ଗଳବାର ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ଓଡ଼ିଆ ସିନେପ୍ରେମୀଙ୍କଠାରୁ ଆରମ୍ଭ କରି ସିନେଜଗତ, ନାଟ୍ୟ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ବିଜୟଙ୍କ ଚିର ବିଦାୟ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ବିଜୟଙ୍କ ବିଦାୟରେ କିଏ କାନ୍ଦିଛି ତ କିଏ କାନ୍ଦ ଲୁଚାଇଛି । ହେଲେ ବାଲୁକା କଳାରେ ବିରଳ ଛବି ଆଙ୍କିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Comments
Loading...