ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ; କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ କରିବ ଜେଡିୟୁ !

ବିହାର:  ବିହାର ରାଜନୀତିରେ ଜାରି ରହିଛି ହଲଚଲ । ୨୦ ବର୍ଷର ରାଜନୈତିକ ସମ୍ପର୍କ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା ଜେଡିୟୁ । ଆଜି ବସିଥିବା ଜେଡିୟୁ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ପହଞ୍ଚିଛନ୍ତି । ସେପଟେ ଜେଡିୟୁର ସାଂସଦମାନେ ନୀତିଶଙ୍କ ଘରେ ବୈଠକ କରୁଥିବା ଜଣାପଡ଼ିଛି । ଆଜି ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଭାରତୀୟ ଜନତା ପାର୍ଟି ବା ବିଜେପିର ୧୬ଜଣ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।

ହେଲେ ବର୍ତ୍ତମାନ ସେମାନେ ଇସ୍ତଫା ଦେବେ ନାହିଁ ବୋଲି କୁହାଯାଉଛି । କାରଣ ସୂଚନା ମୁତାବକ ନୀତିଶଙ୍କ ନିଷ୍ପତ୍ତିଙ୍କୁ ସେମାନେ ଅପେକ୍ଷା କରିବେ । ନୀତିଶଙ୍କ ନିର୍ଦେଶ ପେର ସେମାନେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ସେପଟେ ଏହାକୁ ନେଇ ବିହାର ସରକାରର ମନ୍ତ୍ରୀ ଶାହନାଓ୍ୱାଜ ହୁସେନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ଏ ସମ୍ପର୍କରେ କୌଣସି ସୂଚନା ପାଇନାହିଁ । ମୁଁ ପାଟଣା ଯାଉଛି । ଆମେ ମାନେ ଦିନରାତି ପରିଶ୍ରମ କରି ଉଦ୍ୟଗକୁ ଟ୍ରାକକୁ ଫେରାଇ ଆଣିଛୁ । ଅନ୍ୟପଟେ ଆଜି ଅପରାହ୍ଣ ୪ଟାରେ ନୀତିଶ ରାଜ୍ୟପାଳଙ୍କୁ ଭେଟିବା ନେଇ ସୂଚନା ମିଳିଛି । ରାଜ୍ୟପାଳ ସହ ଏନେଇ ଆଲୋଚନା ନୀତିଶ କରିବେ । କଂଗ୍ରେସ-ଆରଜେଡି ସହ ମିଶି ଜେଡିୟୁ ସରକାର ଗଠନ କରିବା ନେଇ ଚର୍ଚ୍ଚା ହେଉଛି ।

Comments are closed.