କରୋନା ଭୟ : ୫୫ରୁ ଉର୍ଦ୍ଧ୍ବ ବୟସ୍କ ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦେଶ ଦେବାକୁ ବିହାର ପୁଲିସର ଯୋଜନା

ପାଟଣା : କରୋନା ସଂକ୍ରମଣରେ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ସଂକ୍ରମିତ ହେଉଥିବା ଚିନ୍ତାର କାରଣ ହୋଇଛି। ବିଶେଷ କରି ୫୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପୁଲିସ କର୍ମଚାରୀ ଏଥିରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ବଢ଼ାଇଦେଇଛି। ଏହାକୁ ଦୃଷ୍ଟିରେ ରଖି ବିହାରରେ ୫୫ରୁ ଉର୍ଦ୍ଧ୍ବ ବୟସ୍କ ପୁଲିସଙ୍କୁ କରୋନା କାଳରେ କାର୍ୟ୍ୟରେ ନିୟୋଜିତ ନକରିବାକୁ ପ୍ରଶାସନ ଚିନ୍ତା କରୁଛି। କରୋନା ସ୍ଥିତି ଓ ପୁଲିସ କର୍ମଚାରୀଙ୍କ ସଂକ୍ରମଣ ଉପରେ ପୁଲିସ ପ୍ରଶାସନ ନଜର ରଖିଛି। ବୟସ୍କ ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ଦିଆଯିବ କି ନାହିଁ ବିଚାର ଚାଲିଛି ବୋଲି ବିହାର ଡିଜି ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି। ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଚନ୍ତି।

Comments are closed.