ବିହାର ସରକାରଙ୍କ କଡ଼ା ଚେତାବନୀ, ସୋସିଆଲ ମିଡିଆର ଆପବ୍ୟବହାର କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପାଟନା: ସୋସିଆଲ ମିଡିଆର ଅପବ୍ୟବହାର କଲେ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ମିଥ୍ୟା ଏବଂ ଦ୍ୱନ୍ଦ୍ୱ ଭିତିକ ଖବର ପୋଷ୍ଟ କରୁଥିବା ଲୋକ, ବିଭିନ୍ନ ଗୋଷ୍ଠୀ ଏବଂ ଅନୁଷ୍ଠାନ ମାନଙ୍କ ବିବୋଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁମାନେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ପୋଷ୍ଟ ଲେଖୁଛନ୍ତି ସେମାନଙ୍କ ଉପରେ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହେବ। ଆର୍ଥିକ ଅଫେନ୍ସ ୟୁନିଟର ଏଡିଜି ନାୟାର ହସନେନ୍ ଖାନ୍ ଏହି ବିଷୟରେ ସମସ୍ତ ବିଭାଗର ମୁଖ୍ୟ ସଚିବ ଏବଂ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ଏହା କୁହାଯାଇଛି ଯେ, ଯଦି ଆପଣଙ୍କ ବିଭାଗରେ ଏଭଳି ମାମଲା ଆସେ, ତେବେ ଏହା ଆର୍ଥିକ ଅଫେନ୍ସ ୟୁନିଟକୁ ବିସ୍ତୃତ ସୂଚନା ଦେଲେ ଦୋଷୀ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଇବର ଅପରାଧ ପାଇଁ ନୋଡାଲ୍ ଏଜେନ୍ସି ରଖାଯାଇଛି। ସୋସିଆଲ ମିଡିଆରେ ଅଶ୍ଳୀଳତା, ସାଇବର ଗାଳି, ସାଇବର ନିର୍ଯ୍ୟାତନା ଭଳି ମାମଲା ଏହି ଆଇନ ଅଧୀନରେ ଆସୁଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥା ନକାରାତ୍ମକ ଖବର ଉପରେ ଅସନ୍ତୋଷ ଜଣାଇଛନ୍ତି ଏବଂ ପୁଲିସ ଅଧିକାରୀଙ୍କୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ସୋସିଆଲ ମିଡିଆ ମାଧ୍ୟମରେ ସଠିକ୍ ସୂଚନା ଦେବାକୁ ନିର୍ଦେଶ ଦେଇଛନ୍ତି।

ଏଥି ସହିତ କ୍ରାଇମ ରିସର୍ଚ୍ଚ ବିଭାଗ (ସିଆଇଡି) ମଧ୍ୟ ସୋସିଆଲ ମିଡିଆ ଉପରେ ନଜର ରଖିବା ସହ ଯୋଗାଯୋଗ ୱିଙ୍ଗ ସୃଷ୍ଟି କରିବାକୁ ଚିନ୍ତା କରୁଛି। ଏହା ବ୍ୟତୀତ ସୋସିଆଲ ମିଡିଆ ମାଧ୍ୟମରେ ପୁଲିସକୁ ବଡ ଅପରାଧିକ ମାମଲା ବିଷୟରେ ଅପଡେଟ ମିଳିବ। ଯାହା ଦ୍ବାରା ସଠିକ୍ ସୂଚନା ଲୋକଙ୍କ ନିକଟରେ ପହଞ୍ଚିପାରିବ ଏବଂ ଲୋକଙ୍କ ମଧ୍ୟରେ କମ୍ ଦ୍ୱନ୍ଦ୍ୱ ସୃଷ୍ଟି ହେବ।

ସୋସିଆଲ ମିଡିଆର ଅପବ୍ୟବହାର ସାଇବର ଅପରାଧ ଅଧୀନରେ ଆସୁଛି। ଯଦି ଜଣେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ କିମ୍ବା ବିଭ୍ରାନ୍ତିକର ମନ୍ତବ୍ୟ ଦିଆଯାଏ, ତେବେ ସେହି ବ୍ୟକ୍ତିଙ୍କୁ ସାଇବର ଅପରାଧରେ ଅନୁସନ୍ଧାନ କରାଯିବ ଏବଂ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିହାର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆରଜେଡି ସାଂସଦ ମନୋଜ କୁମାର ଝା ଟ୍ବିଟ କରି କହିଛନ୍ତି ଯେ,  ବିହାର ସରକାର ବିହାରକୁ କେଉଁ ଆଡକୁ ନେଇଯାଉଛନ୍ତି। ସମାଲୋଚନାର ଭୟ ବୋଲି କହିଛନ୍ତି। ଏହା ବ୍ୟତୀତ ମନୋଜ କୁମାର ଝା ଫୌଜର ଏକ ସାଇରି ଲେଖିଛନ୍ତି।

Comments are closed.