ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ

ପାଟନା : ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଯାଇଛି। ରାଜ୍ୟର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତି ନିମନ୍ତେ ପ୍ରତି ଜିଲାରେ ୩ରୁ ୪ଟି ଲେଖାଏଁ କେନ୍ଦ୍ର ଖୋଲାଯାଇଛି। ମୋଟ ୪୧୪ଟି କେନ୍ଦ୍ରରେ ଭୋଟ ଗଣତି ହେବ। ସକାଳ ୧୦ଟା ସୁଦ୍ଧା ପ୍ରଥମ ଟ୍ରେଣ୍ଡ ଜଣାପଡିଯିବ। ଆଜି ସନ୍ଧ୍ୟା କିମ୍ବା ବୁଧବାର ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ବିହାର ବିଧାନସଭା ସହିତ ୧୧ଟି ରାଜ୍ୟର ୫୬ଟି ବିଧାନସଭା ଆସନ ଓ ବିହାରର ଗୋଟିଏ ଲୋକସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଭୋଟ ମଧ୍ୟ ଆଜି ଗଣତି କରାଯିବ।

Comments are closed.