ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି, ୭୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମେଣ୍ଟରୁ ଆରଜେଡି ୪୬ ଓ କଂଗ୍ରେସ ୨୫ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି। ଏହି ପର୍ଯ୍ୟାରେ ୨.୩୫ କୋଟି ଭୋଟର ୧୨୦୪ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

ଏହି ପ୍ରାର୍ଥୀଙ୍କ ମଧ୍ୟରେ ୧୦୯୪ ପୁରୁଷ ଓ ୧୧୦ଜଣ ମହିଳା ଅଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ମତଦାନ ପାଇଁ ୩୩,୭୨୮ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନଭେମ୍ବର ୧୦ରେ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ମତହାର ୫୫.୭୦% ରହିଥିଲା।

Comments are closed.